Latest Odisha News

BREAKING NEWS

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ସମସ୍ତ ଡିଗ୍ରୀ କଲେଜର ଷଷ୍ଠ ତଥା ଶେଷ ସେମିଷ୍ଟାର୍ (ରେଗୁଲାର୍ ଓ ବ୍ୟାକ୍‌) ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସମସ୍ତ ସେହିପରି ଭାବେ ଥିଓରି ପରୀକ୍ଷା ଗୁଡ଼ିକ ଜୁଲାଇ ୧୪ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ତେଣୁ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ଡିଗ୍ରୀ କଲେଜର ପ୍ରିନସିିପାଲମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ପ୍ରୋଜେକ୍ଟ ପେପର୍ ସହିତ ହାସଲ କରିଥିବା ମାର୍କ୍ ସହିତ ଦାଖଲ କରିବାକୁ କୁହାଯାଇଛି ।

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ ମାନିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ କଲେଜ ମାନଙ୍କୁ ଅବଗତ କରି ଦିଆଯାଇଛି ।

ମହାମାରୀ ସଂକ୍ରମଣ ନ ହେବାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ । ବାଧ୍ୟତାମୂଳକ ଭାବେ ସାନିଟାଇଜର୍‌, ମାସ୍କ ବ୍ୟବହାର କରାଯିବ । ସେହିପରି ଭାବେ ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରାଯିବା ଉପରେ ଗୁରୁତ୍ୱ ଦିଆଯିବ ।

ପ୍ରାକ୍ଟିକାଲ୍ ପରୀକ୍ଷା ବେଳେ ଅଯଥା ଅଧିକ ବ୍ୟକ୍ତି ଯେପରି ପରୀକ୍ଷା କେନ୍ଦ୍ରରେ ନରୁହନ୍ତି ସେଥିପ୍ରତି ସଜାଗ ରହିବା ଆବଶ୍ୟକ ।

ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ର ତଥା ପରୀକ୍ଷା ସମୟ ସମ୍ପର୍କୀତ ସମସ୍ତ ସୂଚନା ଦିଆଯିବା ସହିତ ପରୀକ୍ଷା କେନ୍ଦ୍ରରେ ମୁହଁ ମାସ୍କ ସହିତ ପାଣି ବୋତଲ ଏବଂ ସାନିଟାଇଜର୍ ଆଣିବା ଜରୁରୀ ।

ଯଦି ଆବଶ୍ୟକ ପଡ଼େ ତେବେ ଥର୍ମାଲ୍ ସ୍କାନର୍ ବ୍ୟବହାର କରାଯିବ ।

ପରୀକ୍ଷା ଘୋଷଣା ହେବା ପରେ ସମସ୍ତ କ୍ଲାସରୁମ ଏବଂ ଲାବୋରେଟୋରୀ ଗୁଡ଼ିକୁ ଜୀବାଣୁ ମୁକ୍ତ କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.