Latest Odisha News

BREAKING NEWS

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି; ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଓଆରଏସ…

ଭୁବନେଶ୍ବର:ଗୀଷ୍ମ ଋତୁକୁ ନଜରରେ ରଖି ସ୍କୁଲମାନଙ୍କରେ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି କରାଯାଇଛି। ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ସୁରକ୍ଷା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

ସ୍କୁଲଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା, ଆବଶ୍ୟକସ୍ଥଳେ ନଳକୂପ ମରାମତି କରିବା ଏବଂ ଛାତ୍ର ଓ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ORS ପ୍ୟାକେଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି।

ଏଥିସହ ପିଲାମାନେ ସ୍କୁଲକୁ ପାଣି ବୋତଲ ନେଇ ଆସିବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯିବ।

 

 

Comments are closed.