Latest Odisha News

BREAKING NEWS

ଜୁଲାଇ ୧୫ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ, ଗୁଣାବତ୍ତା ଉପରେ ଗୁରୁତ୍ବ

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୧୫ ସୁଦ୍ଧା ମାଗଣା ପୋଷାକ ମିଳିବ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ମିଳିବ । ପିଏମ ଶ୍ରୀ, ସମଗ୍ର ଶିକ୍ଷା, ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ ।

ଯୋଜନାରେ ଜଣକ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ବଣ୍ଟନ କରାଯିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଗଦର୍ଶିକା ଅନୁସାରେ, ପୂର୍ବବର୍ଷ ପରି ଚଳିତ ବର୍ଷ ସମସ୍ତ ଛାତ୍ରଙ୍କୁ ଦୁଇହଳ ନିର୍ଦିଷ୍ଟ ପ୍ୟାଣ୍ଟ ଓ ଧଳା ସାର୍ଟ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇହଳ ଫ୍ରକ୍ (ଝାଲେରୀ ସହିତ) ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢ଼ଣୀ ଦିଆଯିବ । ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବ ।

ଦ୍ୟାଳୟକୁ ଏଥିପାଇଁ ଅର୍ଥ ପ୍ରଦାନ କରାଯି ବ। ଟେଲରିଂ ୟୁନିଟ୍ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ପୋଷାକ କିଣାଯାଇ ବିଦ୍ୟାଳୟରେ ପ୍ରଦାନ କରାଯିବ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାଙ୍କ ପାଖରେ ଗୋଟିଏ ହଳ ପୋଷାକ ନମୁନା ଭାବେ ରଖିବେ। ପ୍ରଧାନ ଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମ ମାନର ପୋଷାକ ପାଇଛନ୍ତି ବୋଲି ପ୍ରମାଣପତ୍ର ଦେବେ ।

Comments are closed.