Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ । ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅନଲକ୍ -୧ ଘୋଷଣା ପରେ ରାଜ୍ୟ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ସରକାର । ଜୁନରେ କରୋନା ଅଧିକ କାୟା ମେଲାଇବାର ଆଶଙ୍କା ରହିଛି । ତେଣୁ ଜୁନ ମାସରେ ଆମକୁ ସବୁଠାରୁ ଅଧିକ ସତର୍କ ହେବାକୁ ପଡିବ । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।

ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସ୍କୁଲ ଓ କଲେଜ ଖୋଲିବା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜ୍, ଶିକ୍ଷା ସଂସ୍ଥା ଓ କୋଚିଂ ସଂସ୍ଥା ଆଦି ଖୋଲିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି, ଏ ଲଢ଼େଇ ଶୀଘ୍ର ସରିବ ନାହିଁ । କରୋନା ମୁକାବିଲା ପାଇଁ ସମୟୋପାଯୋଗୀ ପଦକ୍ଷେପ ନେବାକୁ ପଡ଼ିବ ।

Leave A Reply

Your email address will not be published.