Latest Odisha News

BREAKING NEWS

ସ୍କୁଲ ଫି ଛାଡ ପ୍ରସଙ୍ଗ: ଆପୋଷ ବୁଝାମଣାରେ ବାହାରିଲା ସମାଧାନର ବାଟ

କଟକ: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ତୁଟିଛି ବିବାଦ। ରାଜ୍ୟ ସରକାରଙ୍କ ମଧ୍ୟସ୍ଥତାରେ ଆପୋଷ ବୁଝାମଣାରେ ସମାଧାନର ବାଟ ବହାର କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଏକ ବୈଠକ ମାଧ୍ୟମରେ ବିବାଦ ତୁଟିଥିବା ଜଣାପଡ଼ିଛି ।

ଏହି ସମାଧାନର ପ୍ରସ୍ଥାବକୁ ହାଇକୋର୍ଟରେ ସୋମବାର ଦାଖଲ କରିବା କଥା । କିନ୍ତୁ ସମ୍ପୃକ୍ତ ସରକାରୀ କର୍ମଚାରୀ ଜଣକ କରୋନା ଆକ୍ରାନ୍ତ ହୋଇଥିବାରୁ ରିପୋର୍ଟ ଦାଖଲ ହୋଇପାରିନାହିଁ। ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ବୋଲି ଆବେଦନକାରୀ ଓକିଲ କହିଛନ୍ତି। ତେବେ ବୈଠକ ସଫଳ ହୋଇଛି ଓ ସମସ୍ତ ପକ୍ଷଙ୍କ ଆଲୋଚନା ମାଧ୍ୟମରେ ଏହା ସମାଧାନ କରାଯାଇଛି। ଏନେଇ ହାଇକୋର୍ଟ ମଧ୍ୟ ସକାରାତ୍ମକ ନିର୍ଦ୍ଦେଶ ଦେବେ ବୋଲି ଆବେଦନକାରୀ ଓକିଲ ଆଶା କରିଛନ୍ତି ।

ସୂଚନାଯୋଗ୍ୟ ସ୍କୁଲ ଫି ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋରୋନା ସମୟରେ ସ୍କୁଲ ଫି’ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଅବିଭାବକ ସଙ୍ଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

Leave A Reply

Your email address will not be published.