Latest Odisha News

ସ୍କୁଲରେ ଛାଡ଼ିବାକୁ ଯାଉଥିଲା ମା’, ପଛ ସିଟ୍‌ରେ ପୁଅର କାର୍ଯ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ରାଜି ନ ହେଲେ, ବାପା-ମା’ମାନେ ଆକଟ କରି ବୁଝାଇଥାନ୍ତି । ଯଦି ପିଲାଟି ରାଜି ନ ହୁଏ, ତେବେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥାଆନ୍ତି ବାପା ମା’। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।

ଏଥିରେ ଦେଖିବାକୁ ମିଳୁଛି ଯେ, ଜଣେ ମା’ ନିଜ ପୁଅକୁ ସ୍କୁଟିରେ ବସାଇ ସ୍କୁଲ ନେଉଛନ୍ତି। ପିଲାଟି ସ୍କୁଲ ପୋଷାକ ପିନ୍ଧିଛି, କାନ୍ଧରେ ବ୍ୟାଗ ପକାଇଛି କିନ୍ତୁ ପିଲାଟି ସ୍କୁଟି ପଛରେ ଯେମିତି ବସିଛି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ପିଲାଟିର ସ୍କୁଲ ଯିବାକୁ ଇଚ୍ଛା ନାହିଁ, ହେଲେ ମା’ ତାଙ୍କୁ ଜୋରଜବରଦସ୍ତ ସ୍କୁଟିରେ ବସାଇ ସ୍କୁଲକୁ ନେଉଛନ୍ତି। ଆଉ ଏଥିରେ ରାଗିଯାଇ ପିଲାଟି ସ୍କୁଟିର ପଛ ସିଟରେ ଚକା ଆସନ ପକାଇ ବସିଥିବାର ଦେଖିବାକୁ ମିଳିଛି।  ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି, ପିଲାଟି ସିନା ଏମିତି ବସିଛି, କିନ୍ତୁ ସାମାନ୍ୟ ଅସାବଧାନତା ହୋଇଥିଲେ ବଡ଼ ଦୁର୍ଘଟଣା ଘଟିଥାଆନ୍ତା ।

Comments are closed.