Latest Odisha News

BREAKING NEWS

ଡାକ୍ତରଙ୍କ ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଡାକ୍ତରଙ୍କ ଘରୁ ଲୁଟ୍‌ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଶାନ୍ତିପଡ଼ା ନିବାସୀ ଡାକ୍ତର ପୁଷ୍ପରଞ୍ଜନ ମିଶ୍ରଙ୍କ ଘରେ ।  ଡାକ୍ତର ମିଶ୍ର  ତାଙ୍କ ପରିବାର ସହିତ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ ।

ଡାକ୍ତର ଦମ୍ପତ୍ତିଙ୍କ ଘରେ କେହିନଥିବା ଜାଣିପାରି ଘର ଚାବି ଭାଙ୍ଗି ଦୁର୍ବୃତ୍ତମାନେ ବୁଲାଇ ଦେଲେ କଳାକନା । ନଗଦ ଦୁଇଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।  ସେପଟେ ସଂପର୍କୀୟଙ୍କ ଉପସ୍ଥିତିରେ ଟାଉନ ଥାନା ପୁଲିସ  ଛାନଭିନ କରିଛି।

Leave A Reply

Your email address will not be published.