Latest Odisha News

BREAKING NEWS

ଏମିତି ସ୍କୁଲ ଯେଉଁଠି ଜଣେ ଛାତ୍ରକୁ ଜଣେ ଶିକ୍ଷକ

ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀସ୍ତରରେ ଅନେକ ବ୍ୟୟ ଅଟକଳ ମଧ୍ୟ କରାଯାଉଛି । ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା, ପାଠ୍ୟସାମଗ୍ରୀ ଆଦି ମାଗଣାରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ତାସତ୍ତ୍ୱେ ଦେଶରେ ଏମିତି ସ୍କୁଲ ଅଛି, ଯେଉଁଠି ଜଣେ ମାତ୍ର ଛାତ୍ରକୁ ଅଛନ୍ତି ଜଣେ ଶିକ୍ଷକ । କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ମହାରାଷ୍ଟ୍ର ୱାଶିମ୍ ଜିଲାରେ ରହିଛି ଏକ ଛୋଟ ଗାଁ ଗଣେଶପୁର । ଏହି ଗାଁରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଗାଁରେ ରହିିଛି ଏକ ପ୍ରାଇମେରୀ ସ୍କୁଲ । ଏହି ସ୍କୁଲରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏ ରହିଛି । ଏଠାରେ ମାତ୍ର ଜଣେ ପିଲା ପାଠ ପଢୁଛନ୍ତି । ଆଉ ତାଙ୍କୁ ପଢାଇବା ପାଇଁ ମଧ୍ୟ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ସବୁଠୁ ଆଶ୍ଚର୍ଯ୍ୟର କଥା, ପ୍ରଥମରୁ ୪ର୍ଥ ଶ୍ରେଣୀରେ ପଢିବା ପାଇଁ ଏହି ବର୍ଗର କୌଣସି ପିଲା ଆଉ ଗଣେଶପୁର ଗାଁରେ ନାହାନ୍ତି । ଯେଉଁଥି ପାଇଁ ଏହି ସ୍କୁଲରେ କାର୍ତ୍ତିକ ଶେଗୋକାର ଏକାକୀ ପାଠ ପଢ଼ୁଛନ୍ତି । ସେ ୩ୟ ଶ୍ରେଣୀରେ ପଢନ୍ତି । ତାଙ୍କୁ ପଢ଼ାଉଥିବା ଶିକ୍ଷକ କିଶୋର ମନକରଙ୍କୁ ପ୍ରତ୍ୟେକ ଦିନ ୨୪ କିଲୋମିଟର ଯିବା ଆସିବା କରିବାକୁ ପଡ଼ିଥାଏ । ଦୁହେଁ ପ୍ରତିଦିନ ସକାଳ ୧୦ଟାରେ ସ୍କୁଲରେ ପହଞ୍ଚନ୍ତି । ପ୍ରଥମେ ପ୍ରାର୍ଥନା ସାଙ୍ଗକୁ ଦୁହେଁ ଜାତୀୟ ସଙ୍ଗୀତ ଗାନ କରନ୍ତି । ପରେ ପାଠ ପଢାଯାଏ ।
ଏନେଇ ଶିକ୍ଷକ କିଶୋର କୁହନ୍ତି, ଆମେ ଦୁଇ ଜଣ ନିୟମିତ ସ୍କୁଲକୁ ଆସିଥାଉ । ଦୁଇବର୍ଷ ପୂର୍ବେ କାର୍ତ୍ତିକ ସ୍କୁଲରେ ନାମ ଲେଖାଇଥିଲେ । ତା’ ପରଠାରୁ କୌଣସି ପିଲାଙ୍କ ଆଡ୍‌ମିଶନ୍ କରି ନାହାନ୍ତି । ଅନ୍ୟ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧାସୁଯୋଗ କାର୍ତ୍ତିକଙ୍କୁ ପ୍ରଦାନ କରାଯାଉଛି ବୋଲି କୁହନ୍ତି କିଶୋର ।

Leave A Reply

Your email address will not be published.