Latest Odisha News

BREAKING NEWS

ବଢିପାରେ ସ୍କୁଲ ଛୁଟି ଅବଧି; ସ୍ଥିତି ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ ପୂର୍ବପରି ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିଥିବାରୁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୮ ତାରିଖରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଏବେ ଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏନେଇ ‘ଏକ୍ସ’ ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଛି ଯେ, ପାଣିପାଗ ବିଭାଗ ସୂଚନା କୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ । ଏହି ନିର୍ଦ୍ଦେଶ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସୂଚନାଯୋଗ୍ୟ, ଓଡିଶାରେ ଏବେ ଅସମ୍ଭାଳ ତାତି କୁ ଉପକୂଳ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ୮ଟା ହେଲେ ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି । ଅସହ୍ୟ ଖରାକୁ ନଜରରେ ରଖି ଜୁନ୍ ୧୭ ତାରିଖ ଯାଏଁ ଖରା ଛୁଟି ଘୋଷଣା କରିଥିଲେ ସରକାର ।

Leave A Reply

Your email address will not be published.