Latest Odisha News

BREAKING NEWS

[ଭିଡିଓ] ଓଲଟା ଝୁଲିଥିଲା ଜାତୀୟ ପତାକା, ନାଚୁଥିଲେ ପ୍ରଧାନ ଶିକ୍ଷକ..ଏବେ ଥାନାରେ ଅଟକ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ବଲିଉଡ ଗୀତରେ ନାଚିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତେବେ ନାଚ ପାଇଁ ନୁହେଁ ବରଂ ଜାତୀୟ ପତାକା ଉତ୍ତୋଳନରେ ଜଘନ୍ୟ ତ୍ରୁଟି ଯୋଗୁଁ ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ଥାନା ମୁହାଁ ହେବାକୁ ପଡିଛି ।

ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଦାଲ୍ ଚନ୍ଦ୍ର କୁଶରାମ୍ । ଗଣତନ୍ତ୍ର ଦିବସରେ ଏକ ବଲିଉଡ ଗୀତରେ ତାଙ୍କୁ ନାଚିବାର ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଭିଡିଓରେ ପ୍ରଧାନ ଶିକ୍ଷକଙ୍କ ପଛରେ ଏକାଧିକ ଜାତୀୟ ପତାକା ଉତ୍ତୋଳନ ହୋଇଥିବା ଦେଖାଯାଇପାରେ । ହେଲେ ସେଥିମଧ୍ୟରୁ ଗୋଟିଏ ପତାକା ଓଲଟା ଝୁଲିଥିବା ଯୋଗୁଁ ପ୍ରଧାନ ଶିକ୍ଷକ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି ।

ଭିଡିଓଟି ଭାଇରାଲ୍ ହେବା ପରେ କୋତୱାଲି ଥାନା ପୋଲିସ ନଜରକୁ ଆସିଥିଲା । ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଖୋଦ ପୋଲିସ ଜାତୀୟ ପତାକାକୁ ଅସମ୍ମାନିତ କରିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଚନ୍ଦ୍ର କିଶୋର ସିର୍‌ମେ ଜଣାଇଥିଲେ ।

Comments are closed, but trackbacks and pingbacks are open.