Latest Odisha News

BREAKING NEWS

ହଷ୍ଟେଲ କୋଠାରୁ ପଡି ସ୍କୁଲ୍‌ ଛାତ୍ରର ମୃତ୍ୟୁ ଘଟଣା; ୪କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ

କେନ୍ଦୁଝର:ଚମ୍ପୁଆସ୍ଥିତ ଏକ ଇଂରାଜୀ ମାଧ୍ୟମ ସ୍କୁଲର ଚାରି ମହଲା ହଷ୍ଟେଲ କୋଠାରୁ ପଡ଼ି ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ସ୍କୁଲ୍‌ର ୪ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ୪ ଜଣ ହେଲେ ହଷ୍ଟେଲ ଦାୟିତ୍ୱରେ ଥିବା ଦୈତାରୀ ସାହୁ, ପ୍ରକାଶନ୍ ଟି, ହିନ୍ଦୀ ଶିକ୍ଷକ ଶଶୀ ଶେଖର ଝା ଓ ୱାଡେନ୍ ସୁରେନ୍ଦ୍ର ନାଥ ମିଶ୍ର। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାମୁତାବକ, ଗତ ୧୨ ତାରିଖ ସକାଳେ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର କ୍ରିଷ୍ଣା ପ୍ରଧାନ ହଷ୍ଟେଲ ବିଲଡିଂର ୪ର୍ଥ ମହଲା ଝରକାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକ ଝାଡ଼ଖଣ୍ଡ ଷଢ଼େଇକଳା-ଖରସୁଆଁ ଜିଲ୍ଲା ଆମଦା ଥାନା କୁଚା ଗ୍ରାମର ସୁଧାଂଶୁ ପ୍ରଧାନଙ୍କ ପୁଅ କ୍ରିଷ୍ଣା ପ୍ରଧାନ (୧୬)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। କେସ୍‌ ନମ୍ବର ୧୮୭/୨୫ରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଝରକା ଦେଇ ଡେଇଁବା ସମୟର ଦୃଶ୍ୟ ରେକର୍ଡ ହୋଇଥିବା ସିସିଟିଭି ରେକର୍ଡକୁ ମଧ୍ୟ ପୋଲିସ ଯାଞ୍ଚ କରିଥିଲା।

Comments are closed.