ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ ଦିନର ଚାଉଳ ସହ ରନ୍ଧା ବାବଦକୁ ଟଙ୍କା ପ୍ରଦାନ କରାଯିବ ।
ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ । ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଗୁରୁତ୍ୱ ଦେବାକୁ ପିଏମ୍ ପୋଷଣ ନୋଡାଲ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।
ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଦୈନିକ ୧୧ଟଙ୍କା ୧୫ ପଇସା ସହ ଶହେ ଗ୍ରାମ ଚାଉଳ ଓ ଷଷ୍ଠରୁ ଦଶମ ଯାଏଁ ପ୍ରତି ପିଲାଙ୍କୁ ଦୈନିକ ୧୪ ଟଙ୍କା ୭୪ ପଇସା ସହ ଏବଂ ଦେଢ଼ ଶହ ଗ୍ରାମ ଲେଖାଏଁ ଚାଉଳ ମଧ୍ୟ ମିଳିବ ।
ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ । ସେହିପରି ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ଛାତ୍ରୀଛାତ୍ର ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍ରେ ପ୍ରଦାନ କରାଯିବ ।
Comments are closed.