Latest Odisha News

BREAKING NEWS

ଗ୍ରୀଷ୍ମ ଅବକାଶରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍

ଭୁବନେଶ୍ୱର: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ । ଗ୍ରୀଷ୍ମ ଅବକାଶରେ ସରକାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ ।

ଆନେମିଆ ମୁକ୍ତ ଅଭିଯାନ ଅଧିନରେ ଏହି ଟାବଲେଟ୍ ଦେବେ ରାଜ୍ୟ ସରକାର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ ଟାବଲେଟ୍ ବଣ୍ଟାଯିବ । ଏପ୍ରିଲ୍ ୧୯ରୁ ଏହା ଆରମ୍ଭ ହୋଇଥିବା ବେଳେ ଜୁନ୍ ୧୬ ଯାଏ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଦିଆଯିବ ।

ଛୁଟି ସମୟରେ ଛୁଆଙ୍କୁ ୮ଟି ଲେଖାଏ ଟାବଲେଟ୍ ଦେବେ ଶିକ୍ଷକ । ଗୋଲାପି ରଙ୍ଗର ଟାବଲେଟ୍ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ସେହିଭଳି ନୀଳ ରଙ୍ଗର ଟାବଲେଟ୍ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ।

ଶିକ୍ଷକ ଟାବଲେଟର ଅବଧି ଯାଞ୍ଚ କରି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଅଭିଭାବକଙ୍କୁ ଦେବେ । ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave A Reply

Your email address will not be published.