Latest Odisha News

BREAKING NEWS

ରାସ୍ତା କଡକୁ ଓଲଟିଲା ସ୍କୁଲ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

ଭଦ୍ରକ: ରାସ୍ତା କଡକୁ ଓଲଟିଲା ସ୍କୁଲ ଭ୍ୟାନ । ଏଥିରେ ୧୦ ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ସ୍କୁଲ ଛୁଟିହେବା ପରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଥିବା ଦିଗଛିଆ ଉତ୍କଳମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କୁ ଧରି ଏକ ଭ୍ୟାନ ଘର ଅଭିମୁଖେ ଯାଉଥିବାବେଳେ, ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ଏହି ସ୍କୁଲ ଭ୍ୟାନ୍ ଟି ଓଲଟି ପଡ଼ିଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେଠାରେ ଚିକିତ୍ସା ଜାରି ରହିଛି ।

Comments are closed.