Latest Odisha News

BREAKING NEWS

ପ୍ରବଳ ବର୍ଷା ସମ୍ଭାବନା; ଆଜି ଏସବୁ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକରେ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବେତନଟୀ, ବଡ଼ସାହି ଓ ରାସଗୋବିନ୍ଦପୁର ବ୍ଲକରେ ସ୍କୁଲ୍ ଛୁଟି। ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଛି।

ଅପରପକ୍ଷରେ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଛଅଟି ବନ୍ୟା ପ୍ରଭାବିତ ବ୍ଲକରେ ୨୬୮ଟି ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ନିର୍ଦ୍ଦିଷ୍ଟ ବ୍ଲକଗୁଡ଼ିକର ସମସ୍ତ ସ୍କୁଲ ଆଜି ବନ୍ଦ ରହିବ। ଏହା ସହିତ, ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ୫୬୭ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ଜିଲ୍ଲା ଅଧିକାରୀ ମାନେ କହିଛନ୍ତି ଯେ ରାସ୍ତା ଅବରୋଧ ଏବଂ ଖରାପ ପାଗ ଯୋଗୁଁ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲକୁ ଯିବାକୁ କଷ୍ଟକର ହୋଇପଡିଛି।

 

Leave A Reply

Your email address will not be published.