Latest Odisha News

BREAKING NEWS

ଆସୁଛି ବାତ୍ୟା ‘ଅର୍ଣ୍ଣବ’; ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ ବନ୍ଦ…

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୫ ଜିଲ୍ଲାରେ ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବଙ୍ଗୋପସାଗରରେ ବାତ୍ୟା ଅଧିକ ଘନୀଭୂତ ହେଉଥିବାରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ର ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ।

ସେହିପରି ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ଘରୋଇ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ ହେବ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ଜୋରଦାର ପବନ ବହିବାର ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

ଅପରପକ୍ଷରେ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ସମ୍ପୃକ୍ତ ଜିଲ୍ଲାପାଳମାନେ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତି ପରିଚାଳନାରେ ସହଯୋଗ କରିବା ପାଇଁ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

IMDର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଆଜି ପୂର୍ବାହ୍ନ ୧୧:୩୦ ସୁଦ୍ଧା ବାତ୍ୟାର ପବନ ବେଗ ଘଣ୍ଟା ପ୍ରତି ୧୩୫-୧୪୫ କିଲୋମିଟରରେ ପହଞ୍ଚିପାରେ ଏବଂ ସମୁଦ୍ର ଉପରେ ପବନର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ଅଧିକ ରହିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.