Latest Odisha News

BREAKING NEWS

ଖୋର୍ଦ୍ଧାରେ ୩୧ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି;ଉପସ୍ଥିତ ରହିବେ ଶିକ୍ଷକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ୩୧ ତାରିଖ ଯାଏଁ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ଚିଠି ଲେଖିଛନ୍ତି। ତେବେ ଅଗଷ୍ଟ ୧ରେ ସ୍କୁଲ ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନେ ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବା ପାଇଁ କଡ଼ା ନିର୍ଦ୍ଦେଶନାମା ରହିଛି।

ସୂଚନାଥାଉକି, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସେହିପରି ଆଜି ରାଜ୍ୟର ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.