ନୂଆଦିଲ୍ଲୀ: ଚୀନରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ି ବଢ଼ି ଚାଲିଛି । ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଦୁନିଆର ୨୮ଟି ଦେଶରେ ବ୍ୟାପି ସାରିଲାଣି । ଚୀନ ବାହାରେ ମଧ୍ୟ ଅନେକ ଦେଶରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଆମେରିକୀୟ ବୈଜ୍ଞାନିକ କରୋନା ଭାଇରସର ପ୍ରତିଷେଧକ ଟିକା ଓ ଏହାର ଚିକିତ୍ସା ସନ୍ଧାନରେ ମହତ୍ୱପୂର୍ଣ୍ଣ ସଫଳତା ପାଇଛନ୍ତି । ବୈଜ୍ଞାନିକମାନେ କରୋନାର ୩ଡି ଏଟୋମିକ ସ୍କେଲ ମ୍ୟାପ ପ୍ରସ୍ତୁତ କରିଛନ୍ତି ।
ବୈଜ୍ଞାନିକମାନେ ଏହି ଏଟୋମିକ ମ୍ୟାପକୁ ସାରା ଦୁନିଆର ବୈଜ୍ଞାନିକଙ୍କ ସହ ସେୟାର କରିବେ । ଯଦ୍ୱାରା ଏହା ଉପରେ ଗବେଷଣା କରାଯାଇପାରିବ । ବୈଜ୍ଞାନିକଙ୍କୁ ଆଶା ଅଛି ଯେ, ଏହା ସାହାଯ୍ୟରେ ପ୍ରତିରୋଧକ କ୍ଷମତାକୁ ଭାଇରସ ସହିତ ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଯାଇପାରିବ ।
Comments are closed.