Latest Odisha News

ଆମେରିକାର ପ୍ରାଚୀନ ଆଗ୍ନେୟଗିରିରୁ ମିଳିଲା ଲିଥିୟମ

ୱାଶିଂଟନ: ଆମେରିକାର ଏକ ପ୍ରାଚୀନ ଆଗ୍ନେୟଗିରିରୁ ଲିଥିୟମର ବଡ ଭଣ୍ଡାର ମିଳିଛି । ଏହା ଆମେରିକାର ସ୍ୱଚ୍ଛ ଉର୍ଜ୍ଜା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ମ୍ୟାକଡମିଟ କାଲ୍ଡୋରା ନାମକ ଏହି ଆଗ୍ନେୟଗିରିରେ ଶେଷ ଥର ପାଇଁ ୧୬ ମିଲିୟନ ବର୍ଷ ତଳେ ବିସ୍ଫୋଟ ହୋଇଥିଲା । ଏଥିରେ ୧୩୨ ମିଲିୟନ ଟନର ଲିଥିୟମ ରହିଥିବା ଅନୁମାନ କରାଯାଉଛି । ଏହା ଇଲାଇଟ ରୂପରେ ରହିଛି । ବିଶ୍ୱରେ ଏବେ ଲିଥିୟମର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇଲେକ୍ଟ୍ରିକ ବାହନ ଏବଂ ଅନ୍ୟ ସାମଗ୍ରୀ ପାଇଁ ଲିଥିୟମର ଆବଶ୍ୟକତା ରହିଛି । ରିଚାର୍ଜେବଲ ବ୍ୟାଟେରୀରେ ଏହାକୁ ପ୍ରୟୋଗ କରାଯାଇଥାଏ । ଧିରେଧିରେ ବିଶ୍ୱରୁ ପେଟ୍ରୋଲ ଏବଂ ଡିଜେଲ ବାହନର ଉତ୍ପାଦନ କମୁଛି ।

ପରିବେଶ ସୁରକ୍ଷା ଏବଂ ଏହାର ଅଭାବ ଯୋଗୁ ଅଧିକାଂଶ ଦେଶ ଇଲେକ୍ଟ୍ରିକ ଏବଂ ଅନ୍ୟ ଶକ୍ତି ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ପରିବେଶ ମଧ୍ୟ ସନ୍ତୁଳିତ ରହୁଛି । ଚୀନ ଲିଥିୟମର ମୂଖ୍ୟ ଉତ୍ପାଦକ ଅଛି । ଯାହାକି ସର୍ବଦା ଆମେରିକା ପାଇଁ ଚିନ୍ତାର କାରଣ ସାଜିଛି । ଆମେରିକା ଏହି ଜ୍ୱାଳାମୂଖୀ ଭିତରୁ କିପରି ଏହାକୁ ବାହାର କରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛି । ଏହି ସୁପ୍ତ ଆଗ୍ନେୟଗିରି କାଳେ କିଛି ବିପଦ ସୃଷ୍ଟି କରିବ ସେହି ଭୟ ମଧ୍ୟ ଗବେଷକଙ୍କ ମନରେ ରହିଛି ।

Leave A Reply

Your email address will not be published.