Latest Odisha News

BREAKING NEWS

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ ।

ଜବତ ୧୨୮୦ ଟି ଏସ୍କଫ୍ କଫ୍ ସିରଫ ରଖିଥିବା ବ୍ୟକ୍ତି କୌଣସି ଆଇନଗତ କାଗଜପତ୍ର ଦେଖାପାରିନଥିଲେ । ସେଥିପାଇଁ ତାଙ୍କ ବିରୋଧରେ ଭରତପୁର ଥାନାରେ କେସ୍ ନଂ- ୧୮୩/୨୦୨୨ରେ ଆଇପିସି ଧାରା- ୨୭୪, ୨୭୫ ଓ ୨୭୬ରେ ମାମଲା ରୁଜୁ ହୋଇଛି । ଏବଂ ଅଧିକ ତଦନ୍ତ ଜାରି ରହିଛି ।

ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି, ଗୋପ ଅଞ୍ଚଳର ପଦ୍ମଲାଭ ବେହେରା । ପୂର୍ବରୁ ଗୁଇନ୍ଦା ସୂଚନା ପାଇ ପଦ୍ମଲାଭଙ୍କୁ ଗିରଫ କରିବାକୁ ସଜାଗ ହୋଇ ରହିଥିଲା ଏସଟିଏଫ୍ ।

Leave A Reply

Your email address will not be published.