Latest Odisha News

BREAKING NEWS

ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା ନିଆଁ । ସେ ସଙ୍ଗେ ସଙ୍ଗେ ଓହ୍ଲାଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.