Latest Odisha News

ବାଇକରେ ଲୁଚିଥିଲା ନାଗ ସାପ, ଫଣା ଟେକି ବାହାରିଲା

ଯାଜପୁର: ବାଇକରେ ଲୁଚିଥିଲା ନାଗ ସାପ । ସିଟ୍ ପୋଛିବା ବେଳେ ଦେଖିଥିଲେ ବାଇକ୍ ଆରୋହୀ । ସ୍ନେକ୍ ହେଲପ୍ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଉଦ୍ଧାର ହୋଇଚି ଗୋଟିଏ ନାଗ ସାପ । ଦେବେନ୍ଦ୍ର କାମରେ ଯିବା ପାଇଁ ଘରୁ ବାଇକ ବାହାର କରି ସିଟ୍ ପୋଛିଥିଲେ । ପରେ ଗାଡ଼ିର ଭାଇଜରକୁ ସଫା କରିବା ବେଳେ ସାପର ଲାଞ୍ଚ ଦେଖିଥିଲେ ।

ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଇଥିଲେ ଦେବେନ୍ଦ୍ର । ସ୍ନେକ ହେଲପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ଓ ଚିତ୍ତ ରଞ୍ଜନ ପଣ୍ଡା ପଞ୍ଚି ଆରମ୍ଭ କରିଥିଲେ ଅପରେସନ୍ ନାଗ ରାଜ । ସାପଟି ସମ୍ପୂର୍ଣ୍ଣ ଭାବରେ ବାଇକର୍ ଲାଇଟ୍ ଓ ଭାଇଜର ମଧ୍ୟରେ ଥିବା ଖାଲି ଜାଗାରେ ପଶି ଯାଇଥିଲା ।
କୌଶଳ କ୍ରମେ ସ୍ନେକ ହେଲପ ଲାଇନ ସଦସ୍ୟ ପ୍ରଥମେ ବାଇକର ଭାଇଜରକୁ ଖୋଲିଥିଲେ । ଏହାପରେ ଭିତରୁ ଫଣା ଟେକି ବାହାରିଥିଲା ନାଗ ସାପ । ଏହାର ଲମ୍ବ ପାଖାପାଖି ସାଢ଼େ ୩ ଫୁଟ ହେବ । ସ୍ନେକ ହେଲପ ଲାଇନ ସଦସ୍ୟ ପ୍ରମୋଦ ଚତୁରାତର ସହ ସାପଟିକୁ କାବୁ କରିଥିଲେ । ବ୍ୟାଗରେ ଭର୍ତ୍ତି କରି ଦୂରରେ ଥିବା ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦେଇଥିଲେ ।

Leave A Reply

Your email address will not be published.