Latest Odisha News

BREAKING NEWS

ବ୍ରିଜରୁ ତଳକୁ ଖସିଲା ସ୍କୁଟି, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ସ୍କୁଟି । ଘଟଣାରେ ତିନି ସାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ ।

ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ତିନି ସାଙ୍ଗ ବାବୁଲିଆରୁ ଦଣ୍ଡ ନାଚ ଦେଖି ପବୁରିଆ ରାସ୍ତା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ସ୍କୁଟିଟି ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ବାଡେଇ ହେବା ପରେ ବୁଡାମାହା ବ୍ରିଜ୍ ନିକଟରେ ୧୦ ଫୁଟ୍ ତଳକୁ ଖସିପଡ଼ିଲା ।

ସ୍କୁଟିରେ ଥିବା ୩ ଜଣ ଯୁବକଙ୍କ ର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ବ୍ରିଜ ତଳେ ୩ ଜଣ ଯୁବକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.