ସମ୍ବଲପୁର:କୁଚିଣ୍ଡା ଥାନା ଅଧୀନ କୁସମୀ ରାସ୍ତା ଫରେଷ୍ଟ ପାର୍କ ନିକଟରେ ବାଇକ୍କୁ ଧକ୍କା ଦେଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ଜଣ ବାଇକ୍ ଆରୋହୀ ପ୍ରାଣ ହରେଇଛନ୍ତି। ମୃତକମାନେ ହେଲେ ଶିବ ମୁଣ୍ଡା (୪୦), ଦୀପକ ମୁଣ୍ଡା (୩୮) ଓ ଜଣେ ଶିଶୁକନ୍ୟା(୭ )।
ଖବରମୁତାବକ,ପ୍ରାୟ ସନ୍ଧ୍ୟା ୬ଟାରେ କୁସମୀ ପଟରୁ ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ବାଇକ ସହିତ ଧକ୍କା ହୋଇଥିଲା। ବାଇକଟି ସ୍କର୍ପିଓ ଭିତରେ ପଶି ଯାଇଥିଲା। ଘଟଣା ସ୍ଥଳରେ ଦୀପକ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିବ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ୭ବର୍ଷ ବୟସର ଶିଶୁକନ୍ୟାକୁ ବୁର୍ଲା ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ହୋଇଛି।