Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୁକ୍ତ ନେପାଳୀ କ୍ରିକେଟର ସହିତ ହାତ ମିଳାଇଲେ ନାହିଁ ସ୍କଟଲାଣ୍ଡ ଖେଳାଳି

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ୱାର୍ଲ୍ଡ କପ ଲିଗ ୨ର ଏକ ମୁକାବିଲା ପରେ ସ୍କଟଲାଣ୍ଡ ଖେଳାଳିମାନେ ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନେଙ୍କ ସହ ହାତ ମିଳାଇ ନ ଥିଲେ । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । କୀର୍ତିପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍କଟଲାଣ୍ଡ ୩ ୱିକେଟରେ ପରାଜିତ ହୋଇଥିଲା । ସନ୍ଦୀପଙ୍କ ନାମରେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ଏବେ ସେ ଜାମିନ ପାଇ ବାହାରେ ଅଛନ୍ତି । କ୍ରିକେଟ ଆସୋସିଏଶନ ଅଫ ନେପାଳ କିନ୍ତୁ ତାଙ୍କୁ ମ୍ୟାଚ ଖେଳିବା ପାଇଁ ଅନୁମତି ପ୍ରଦାନ କରିଛି । ଅବଶ୍ୟ ତାଙ୍କୁ ବୋର୍ଡ ଅଧିନାୟକ ପଦରୁ ହଟେଇ ଦେଇଛି ।

୨୦୨୨ କ୍ୟାରିବିୟାନ ପ୍ରିମିୟର ଲିଗ ଖେଳୁଥିବା ସମୟରେ ସନ୍ଦୀପଙ୍କ ବିରୋଧରେ ଗିରଫ ୱାରେଂଟ ଜାରୀ କରାଯାଇଥିଲା । ସନ୍ଦୀପ ୫ ବର୍ଷ କ୍ୟାରିୟରରେ ୨୩ଟି ଟିମ ପକ୍ଷରୁ ଖେଳି ସାରିଛନ୍ତି । ଆଇପିଏଲରେ ସେ ୧୩ଟି ୱିକେଟ ଅକ୍ତିଆର କରି ସାରିଛନ୍ତି ।

Comments are closed.