Latest Odisha News

BREAKING NEWS

SEBI Sets Up Bbsr Office: ରାଜ୍ୟରେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ବଢୁଛି ଚାହିଦା;ଭୁବନେଶ୍ୱରରେ ଖୋଲିବ SEBIର ଅଫିସ୍

ଭୁବନେଶ୍ବର: ଅଧିକରୁ ଅଧିକ ନିବେଶକଙ୍କୁ ଷ୍ଟକ୍ ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍ ଓ SIP ସହ ଯୋଡ଼ିବା ଲକ୍ଷ୍ୟରେ SEBI ପକ୍ଷରୁ ଭୁବନେଶ୍ୱରରେ ନୂଆ ବ୍ରାଞ୍ଚ କାର୍ଯ୍ୟାଳୟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ଆଜି ଏକ MoU ସ୍ୱାକ୍ଷର ହୋଇଥିବାବେଳେ, ଆସନ୍ତା କିଛି ମାସ ମଧ୍ୟରେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ (Tuhin Kanta Pandey)ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରେ ମ୍ୟୁଚୁଆଲ ଫଣ୍ଡ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ର ଓ ସଚେତନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି।

ମ୍ୟୁନିସିପାଲ୍ ବଣ୍ଡକୁ ନେଇ ମଧ୍ୟ SEBI ଅଧ୍ୟକ୍ଷ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ସହର ସ୍ତରୀୟ ଅଭିବୃଦ୍ଧି ପାଇଁ ପୌର ପାଣ୍ଠିର ଆବଶ୍ୟକତା ଥିବାବେଳେ, ମ୍ୟୁନିସିପାଲ୍ ବଣ୍ଡ ଏଥିରେ ଏକ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି । ଦେଶର ୩୪ଟି ସହରରେ ଏହି ବଣ୍ଡ ଆରମ୍ଭ ହୋଇଥିବାବେଳେ, ଆଗାମୀ ଦିନରେ ଏହାର ଚାହିଦା ବଢ଼ିବ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ବଣ୍ଡ ଆରମ୍ଭ କରିବା ପାଇଁ SEBI ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆପଣ ଯେତେବେଳେ ମ୍ୟୁନିସିପାଲ୍ ବଣ୍ଡରେ ନିବେଶ କରୁଛନ୍ତି, ସେତେବେଳେ ଆପଣ ନିଜ ସହରର ଅଭିବୃଦ୍ଧିର ଅଂଶ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି ।

ଏପଟେ ଓଡ଼ିଶାରେ SIP ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ସେ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ SIP ନିବେଶ ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବାବେଳେ, ମ୍ୟୁଚୁଆଲ୍ ଫଣ୍ଡ ମାଧ୍ୟମରେ ଲୋକମାନେ ଦେଶର ଅଭିବୃଦ୍ଧିରେ ସହଭାଗୀ ହେଉଛନ୍ତି । ତଥାପି ଜାତୀୟ ସ୍ତରରେ ତୁଳନା କଲେ ଓଡ଼ିଶା ଏବେ ମଧ୍ୟ ନିବେଶ କ୍ଷେତ୍ରରେ ପଛରେ ରହିଛି । ତେଣୁ ରାଜ୍ୟରେ ନିବେଶ ସଂସ୍କୃତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ SEBI ଅଣ୍ଟା ଭିଡ଼ିଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ନିବେଶକଙ୍କ ଅଂଶଧନ ସୁରକ୍ଷା ପାଇଁ SEBI ର ବହୁତ ନିୟମ ରହିଛି ଏବଂ ବଜାର ସୁରକ୍ଷା, ବଜାର ନିୟମନ ଓ ନିବେଶକଙ୍କ ହିତ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.