Latest Odisha News

BREAKING NEWS

ପେଟ ଭିତର ତ୍ୱଚାରୁ ତିଆରି ହେଲା ନୂଆ ଜିଭ, ୮ ଘଣ୍ଟାର ସର୍ଜରୀ ପରେ କର୍କଟ ଆକ୍ରାନ୍ତ ପାଇଲେ ନୂଆ ଜୀବନ

ବେଙ୍ଗଳୁରୁ: ବେଙ୍ଗଳୁରୁରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି ୫୩ ବର୍ଷୀୟ ରାଜେଶ । ସେ କେବେ ମାଦକ ଦ୍ରବ୍ୟ କିମ୍ବ ଗୁଟଖା ସେବନ କରନ୍ତି ନାହିଁ । ତଥାପି ତାଙ୍କ ଜିଭରେ ଏକ ଘା’ ହୋଇ ଯାଇଥିଲା । ସେ ଜିଭରେ ହୋଇଥିବା ଘା’କୁ ଠିକ୍ କରିବାକୁ ଚିକିତ୍ସା ତ କରାଇଲେ, କିନ୍ତୁ ତାହା ଠିକ୍ ହେଲା ନାହିଁ । ସେ ବିଡ଼ି, ସିଗାରେଟ୍, ତମାଖୁ ସେବନ କରୁନଥିବାରୁ କ୍ୟାନସର ଆଶଙ୍କା ବି ନଥିଲା । ତେବେ ଘା’ ନ ଶୁଖିବାରୁ ତାଙ୍କର ଜଣେ ବନ୍ଧୁ ଡକ୍ଟର ସତୀଶଙ୍କୁ ଦେଖାଇବାକୁ କହିଥିଲେ । ଯିଏକି ସହରର ଜଣେ ବିଶିଷ୍ଟ କ୍ୟାନସର ସର୍ଜରୀ ବିଶେଷଜ୍ଞ ।

ଡକ୍ଟର ସତୀଶ ରାଜେଶଙ୍କୁ ସିଟି ସ୍କାନ୍ ଓ ଘା’ର ବାୟୋପ୍ସି କରିବାକୁ କହିଥିଲେ । ଯେଉଁଥିରୁ ଜଣାପଡ଼ିଥିଲା ସେହି ଘା’ କ୍ୟାନସର ହୋଇଯାଇଛି । କ୍ୟାନସର ଜିଭର ଅଧା ଭାଗରେ ବ୍ୟାପିବା ସହ ଗଳାର ତଳଭାଗ ଲସିକା ଗନ୍ଥିକୁ ବ୍ୟାପିଛି । ଲସିକା ଗ୍ରନ୍ଥି ଯାହାକି ରୋଗ ପ୍ରତିଶେଧକ ବ୍ୟବସ୍ଥାର ଅଂଶ । ଶରୀରରେ ଯଦି କୌଣସି ସଂକ୍ରମଣ ହୁଏତ ଲସିକା ଗ୍ରନ୍ଥି ଲଢ଼ିଥାଏ । କ୍ୟାନସରକୁ ରୋକିବା ଲାଗି ରାଜେଶଙ୍କ ଏକ ବଡ଼ ଅସ୍ତ୍ରୋପଚାର କରାଗଲା । ରାଜେଶଙ୍କ ଜିଭର ଡାହାଣ ପଟୁ ତିନି ଚତୁର୍ଥାଂଶ ସହ ଗଳାର ଉଭୟ ପଟୁ ଲସିକା ପର୍ବକୁ ବାହାର କରିଦିଆ ଯାଇଥିଲା ।

ଏହାପରେ ୨୦୨୧ ମାର୍ଚ୍ଚ ୫ରେ ତାଙ୍କଠାରେ ନୂଆ ଜିଭ ଲଗାଯାଇଛି । ଏହାକୁ ରିକନଷ୍ଟ୍ରେକ୍ଟିଭ୍ ସର୍ଜରୀ କୁହାଯାଏ । ସର୍ଜରୀ କରିଥିବା ଡାକ୍ତର ସତୀଶ କହିଛନ୍ତି- ରୋଗୀଙ୍କ ଶରୀରର ବାହାର ଅଂଶ ଚର୍ମକୁ ଜିଭରେ ଦିଆଯାଇ ପାରିଥାନ୍ତା । ଯେହେତୁ ଆମ ଶରୀରର ଜିଭ ସବୁଠୁ ମଜଭୁତ୍ ମାଂଶପେଶୀ ।  ଏହାଦ୍ୱାରା ମୁଖ୍ୟତଃ ଖାଇବା, ପିଇବା ସହ କଥା କହିବା ସମ୍ଭବ ହୁଏ । ସ୍ପଷ୍ଟ ରୂପେ କଥା କହିବା ଲାଗି ଜିଭ ନରମ ହେବା ଆବଶ୍ୟକ । ଶରୀରର ବାହାର ଭାଗରୁ ଚର୍ମ ଜିଭରେ ଲଗାଇଲେ ରୋଗୀକୁ ବହୁତ ଅସୁବିଧା ହୁଏ । ଏପରିକି ବାହାର ଅଂଶ ଚର୍ମରେ ହେୟାର କେମିକାଲ ଯୋଗୁଁ ଚୁଟି ବି ଉଠେ । ଏସବୁଥିରୁ ମୁକ୍ତି ପାଇବା ଲାଗି ଆମେ ରୋଗୀର ପେଟର ଭିତର ଭାଗରୁ ଚର୍ମ ବାହାର କରି ଏକ ନୂଆ ଜିଭ ତିଆରି କରିଥିଲୁ । ପେଟର ଭିତର ଭାଗରୁ କଢ଼ା ଯାଇଥିବା ଚର୍ମକୁ ଓଲଟାଇ ଦିଆଯାଇଛି ଯାହାକି ଏବେ ଜିଭର ଉପରେ ପଟେ ରହିଛି ।

ଏହାପରେ ନୂଆ ଟିସ୍ୟୁକୁ ରୋଗୀର ୨୫ ପ୍ରତିଶତ ଜିଭ ସହ ଯୋଡ଼ି ଦିଆଯାଇଛି । ଏହି ଜଟିଳ ଅପରେସନ୍ ୮ରୁ ୧୦ ଘଣ୍ଟା ଧରି ହେବା ପରେ ସଫଳ ହୋଇଛି । ସର୍ଜରୀ ପରେ ରୋଗୀକୁ ଆଇସିୟୁରେ ରଖା ଯାଇଛି । ସେ ଏବେ ସମ୍ପୂର୍ଣ୍ଣ ଚେତା ଅଛନ୍ତି । ସର୍ଜରୀ ପରେ ଜିଭ୍ ଠିକ୍ କାମ କରୁଛି । ରୋଗୀ ସାମାନ୍ୟ ଭାବେ ଖାଦ୍ୟ ଖାଇବା ସହ ସ୍ପଷ୍ଟ ଭାବେ କଥା ହୋଇପାରୁଛନ୍ତି । କର୍ଣ୍ଣାଟକରେ ହୋଇଥିବା ଏହି ନିଆରା ଅପରେସନ୍ ରୋଗୀକୁ ନୂଆ ଆଶା ଦେଇଛି ।

Leave A Reply

Your email address will not be published.