Latest Odisha News

BREAKING NEWS

ଆଜିଠୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ଶନିବାର ଦିନ ଭାରତରେ ଆରମ୍ଭ ହେବ। ଅର୍ଥାତ୍ ଆଜି ସେହି ଲୋକମାନଙ୍କୁ ଟିକା ଦିଆଯିବ ଯେଉଁମାନେ ୨୮ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୬ରେ ଟିକାକରଣ କରିଥିଲେ।

ଉଲ୍ଲେଖ ଥାଉ କି, ଜାନୁଆରୀ ୧୬ ରେ, ୨୦୨,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିଲା ଟିକାର ଦ୍ୱିତୀୟ ଡୋଜ ଚାରିରୁ ଛଅ ସପ୍ତାହ ମଧ୍ୟରେ ନିଆଯାଇପାରେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ପ୍ରାୟ ୭୭ ଲକ୍ଷ ୬୬ ହଜାର ୩୧୯ ଜଣଙ୍କୁ କରୋନା ଟିକା ଦିଆଯାଇଛି। ସେଥିମଧ୍ୟରୁ ୫୮.୬୫ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଏବଂ ୧୯ ଲକ୍ଷ ଫ୍ରଣ୍ଟ ଲାଇନ କର୍ମଚାରୀ ସାମିଲ୍‌ ଅଛନ୍ତି।

Leave A Reply

Your email address will not be published.