Latest Odisha News

BREAKING NEWS

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ

କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ସତ୍ତ୍ୱେ ଶୁଣିଲାନି ଆନ୍ଧ୍ରପ୍ରଦେଶ । କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିଛି ଆନ୍ଧ୍ରପ୍ରଦେଶ । ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଭୋଟିଂ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ ।

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଶା ସରକାର । କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ବାଚନ ସ୍ଥଗିତ ରଖିବାକୁ କହିଥିଲେ । କୋଟିଆକୁ ନିଜ ସୀମାରେ ଦର୍ଶାଇ ସେଠାରେ ପଞ୍ଚାୟତ ନିର୍ବାଚନ କରୁଛି । ଯାହାକୁ ବେଆଇନ ବୋଲି କହିଛନ୍ତି ଓଡ଼ିଶା ସରକାର ।

ଆନ୍ଧ୍ରପ୍ରଦେଶ ବିରୋଧରେ ଅଦାଲତ ଅବମାନନା ମାମଲା ସୁପ୍ରିମକୋର୍ଟରେ କରିଛନ୍ତି ଓଡ଼ିଶା ସରକାର । ଗତକାଲି ମାମଲାର ଶୁଣାଣି କରି ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କରିଛନ୍ତି କୋର୍ଟ । ନିର୍ଦ୍ଧାରିତ ସମୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.