Latest Odisha News

ଓଡ଼ିଶାର ୧୧୦ଟି ସାଇଟରେ ଟିକାକରଣ ଡ୍ରାଏ ରନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଟିକାକରଣ ପୂର୍ବରୁ ଚାଲିଛି ଦ୍ୱିତୀୟ ପର୍ୟ୍ୟାୟ ଡ୍ରାଏ ରନ୍ । ଓଡ଼ିଶାରେ ୧୧୦ଟି ସେସନ୍ସ ସାଇଟରେ ଡ୍ରାଏ ରନ୍ କରାଯାଉଛି । ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଡିକାଲ କଲେଜରେ ଚାଲିଛି ଟିକାକରଣର ରିହରସାଲ୍ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଏହାବ୍ୟତୀତ ୧୧ଟି ଘରୋଇ ହସ୍ପିଟାଲରେ ବି ଡ୍ରାଏ ରନ୍‌ ଚାଲିଛି । ପ୍ରତି ସାଇଟ୍‌ରେ ୨୫ ଜଣଙ୍କୁ ଦିଆଯିବ ଡମି ଟିକା । ଟିକା କରଣରେ କଣ ଅସୁବିଧା ହେବ ସେସବୁ ଦୂର ହେବ ।
ଟିକା ଦେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ପାଇଁ AEFI କିଟ୍ ଅଛି । ଅବଜରଭେସନ ରୁମ୍‌ରେ AEFI କିଟ୍ ରଖାଯାଇଛି । ଟିକାକରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ଅବଜରଭେସନରେ ରଖାଯିବ । ଖୁବ ଶୀଘ୍ର ରାଜ୍ୟକୁ କୋରୋନା ଟିକା ଆସିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.