Latest Odisha News

BREAKING NEWS

କହେଲେ କହେବ ଓ କରବୁ ଯାହା ପାଏବୁ ତାହା ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ପରିସରରେ ଡ. ଶ୍ୟାମସୁନ୍ଦର ଧରଙ୍କ ରଚିତ ସମ୍ବଲପୁରୀ ପୁସ୍ତକ “କହେଲେ କହେବ” ଓ ଡ. ବିଜୟ ପ୍ରଧାନଙ୍କ ରଚିତ ସମ୍ବଲପୁରୀ ଗଳ୍ପ ସଂକଳନ “କରବୁ ଯାହା ପାଏବୁ ତାହା” ଉନ୍ମୋଚିତ ହୋଇଯାଇଛି।

ବରିଷ୍ଠ ନାଗରିକ ହେମନ୍ତ ଦଫେଦାର ଓ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭ୍ୟ ପ୍ରଫୁଲ୍ଲ ହୋତା ମିଳିତ ଭାବେ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ । ପୁସ୍ତକର ଲେଖକ ଦ୍ୱୟଙ୍କୁ ସହ ମୋହନ ମହାପାତ୍ର , ପ୍ରସନ୍ନ ବେହେରା , ନାରାୟଣ ଗହିର, ସୁନୀଲ ଦାଶ , ଗୋପାଳ ଗହିର, ଦୀପକ ପଣ୍ଡା, ମୁକ୍ତକଣ୍ଠ ପ୍ରଧାନ , ଦେବାର୍ଚ୍ଚନ ଠାକୁର , ଡ. ଗୌରୀଦାଶ ପ୍ରଧାନ , ବ୍ରଜେନ୍ଦ୍ର ନାଏକ , ପ୍ରଶାନ୍ତ ମାଝୀ , ଲୋକନାଥ ପାଣ୍ଡେ , ଗୋବିନ୍ଦ ଅଗ୍ରୱାଲ ସୌରଭ ରାୟ ଓ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.