ଭଦ୍ରକ : ଶିଶୁ କିଶୋରେ ପତ୍ରିକା ‘ଶୁଭପଲ୍ଲବ ଶିଶୁ ରାଇଜ’ର ଦ୍ଵିତୀୟ ସଂସ୍କରଣ ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଏହି ପତ୍ରିକାରେ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ସହ ପିଲାମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି ପତ୍ରିକାଟି ଶୁଭପଲ୍ଲବ ଷ୍ଟୋର୍ ସମେତ ଗୁଗୁଲ୍ ବୁକ୍ସ ଓ ଇସୁ ଡଟ୍ କମ୍ରେ ମାଗଣାରେ ପଢ଼ିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ଶିଶୁରାଇଜର ସମ୍ପାଦିକା ପଲ୍ଲବୀ ପୂଜାପଣ୍ଡା, ଶୁଭପଲ୍ଲବର ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ଲେଖିକା ସୁପ୍ରିୟା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଯୁକ୍ତି ବିଦ୍ୟା ଏବଂ ଶିଶୁ ମନସ୍ତତ୍ତ୍ୱ ଉପରେ ଏହି କାର୍ଯ୍ୟକ୍ରମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସମୟର ପରିବର୍ତ୍ତନ ସହ ପ୍ରଯୁକ୍ତି ବିଦ୍ୟା ସହ ଏକାତ୍ମ ହେବା ଦ୍ୱାରା କୁନି କୁନି ପିଲାମାନଙ୍କ ଉପରେ କିପ୍ରଭାଵ ପଡୁଛି ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟକୁ ଆଗ୍ରାଧିକାର ଦିଆଯାଇ କିପରି ଭାବରେ ସେ ଦିଗରେ କାର୍ଯ୍ୟ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ଆଭାସୀ କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ ।
Comments are closed.