Latest Odisha News

BREAKING NEWS

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ତୈଳ ଦରରେ ଲାଗୁନି ବ୍ରେକ୍, ୧୧ ଥର ବଢ଼ିଲାଣି

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭ ପଇସା ହୋଇଛି ।

ସେହିପରି ଆଜି ମୁମ୍ବାଇରେ ପେଟ୍ରୋଲ ଦାମ୍ ୮୪ ଓ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛି । ଫଳରେ ପେଟ୍ରୋଲ୍ ଲିଟର ପ୍ରତି ଦାମ୍ ହୋଇଛି ୧୧୮ ଟଙ୍କା ୪୧ ପଇସା । ଡିଜେଲ୍ ଦାମ୍ ୧୦୨ଟଙ୍କା ୬୪ପଇସାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ୭୫ ପଇସା ଲେଖାଏ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦର । କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢିଛି ।

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦ଟଙ୍କା ୭୬ ପଇସା ଓ ଡିଜେଲ୍ ଦାମ୍ ୧୦୦ ଟଙ୍କା ୫୧ ପଇସା ହୋଇଛି । ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍ ୧୩ ଦିନରେ ୧୧ ଥର ବଢ଼ିଲାଣି । ୮ ଟଙ୍କା ମହଙ୍ଗା ହୋଇଛି ତୈଳ ଦର ।

Leave A Reply

Your email address will not be published.