ରାଜଧାନୀ ପ୍ରତିଷ୍ଠା ଦିବସର ଦ୍ୱିତୀୟ ସନ୍ଧ୍ୟା
‘କଳା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମ୍ମିଶ୍ରଣ ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି’ : ଟୁକୁନି ସାହୁ
ଭୁବନେଶ୍ୱର : ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବର ଦ୍ଵିତୀୟ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ , ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ମାନିତ ଅତିଥି, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କଳା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମ୍ମିଶ୍ରଣ ରାଜଧାନୀ ଭୁନେଶ୍ୱରକୁ ସାଂସ୍କୃତିକ ଐତିହ୍ୟ ସହ ସମୃଦ୍ଧ କରିବା ସହ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀମାନେ ଭୁବନେଶ୍ୱରରେ ସ୍ଥାପିତ ହେବା ଦ୍ୱାରା ଏହା ଦେଶର ଏକ ପ୍ରମୁଖ ଆଇଟି ହବ୍ ରୂପେ ମଧ୍ୟ ବିକଶିତ ହୋଇଛି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ।
ଶ୍ରୀନିବାସ ଘଟୁଆରୀ ଏବଂ ସୁଲଗ୍ନା ରାଉତଙ୍କ ସଂଯୋଜନାରେ ଏହି ଅବସରରେ ଚମ୍ପେଶ୍ୱର ଘୁମୁରା ଅନୁଷ୍ଠାନ, କଳାହାଣ୍ଡି ତରଫରୁ ଘୁମୁରା ନୃତ୍ୟ ଏବଂ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ, ଦିଗପହଣ୍ଡି, ଗଞ୍ଜାମ ପକ୍ଷରୁ ପଶୁମୁଖା ଓ ନାଜିିଆ ଆଲାମ ଏବଂ ସାଥିଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା ।ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.