Latest Odisha News

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୪’ ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀଙ୍କ ଭାବଭରା ସଙ୍ଗୀତ ଶ୍ରୋତାଙ୍କୁ ବିମୁଗ୍ଧ କରିଛି । ଏହି ଅବସରରରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଶ୍ରୀମତୀ ଅନାମିକା ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ ।

ସଙ୍ଗୀତା ଗୋସାଇଁ, ଅଭିଜିତ ମିଶ୍ର, ଇପ୍ସିତା ପଣ୍ଡା, ପିନାକୀ ନାୟକ, ସୁରସରିତା ରାଉତ, ବୀରପ୍ରତାପ ସିଂ, ଶିବାନନ୍ଦ ତ୍ରିପାଠୀ, ସସ୍ମିତା ମିଶ୍ର ଓ ସୌରଭ ଭରଦ୍ୱାଜଙ୍କ ଦ୍ୱାରା ପରିବେଷିତ ହୋଇଥିବା ଭକ୍ତି ସଙ୍ଗୀତ ମଧ୍ୟରେ ଥିଲା ମିତଣୀ ଲୋ ଶ୍ରୀକ୍ଷେତ୍ର ଯିବା, କଳାମେଘ ଠାରୁ ଆହୁରୀ କଳା, ଚକା ନୟନକୁ ପରି ତ କେହି, ମାଂଇହ ଚଳିତ ବିଲୋକ୍ୟଂ, ଚାଲ ସଖୀ ଆମ୍ଭେ ଦର୍ଶନ କରିବା, ଜଗନ୍ନାଥ କଲେ ଯା ଅନାଥ, ପ୍ରଭୁ କି ସୁନ୍ଦର ଦିଶ, ମେଘ ମାଳକୁ ନିନ୍ଦେ କାଳକୁ, ପ୍ରାଣ ସଙ୍ଗାତରେ ନୟନ ପୁରାଇ, କାଳିଆ କାହ୍ନୁ ଆଉ ବିଳମ୍ବ କର, କାଳିଆ ସୁନା କିଛି ମୋର ନାହିଁ, ଆହେ ନୀଳାଚଳ ନାୟକ, ବୃନ୍ଦାବନେ ବଂଶୀକେ ବଜାଇଲା, ମଣିମା ସୁଣିମା ହେଉ ଗରୀବ ଡାକ, ଦୀନବନ୍ଧୁ ଦୈତାରୀ ଦୁଃଖ, ଆହେ ନୀଳଶୈଳ, ଦୀନବନ୍ଧୁ ଏଇ ଅଳି ଶ୍ରୀଛାମୁରେ, ଏକା ତୋ ଭକତ ଜୀବନ ଆଦି ଭଜନ ଏହି ଉତ୍ସବକୁ ଦ୍ୱିଗୁଣିତ କରିଛି ।

ଏହି କାର୍ଯ୍ୟକ୍ରମକୁ ଶ୍ରୀନୀବାସ ଘଟୁଆରୀ ସଞ୍ଚାଳନା କରିଥିବା ବେଳେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସିକତା ଦାସ ଓ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।

 

Comments are closed.