Latest Odisha News

BREAKING NEWS

ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: ମନ୍ତ୍ରମୁଗ୍ଧ କଲା ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ

ଭୁବନେଶ୍ୱର: ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବୁଧବାର ପରିବେଷିତ ହୋଇଛି ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ । ସଙ୍ଗୀତ ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ ।

ବିଶିଷ୍ଟ ତବଲା ଶିଳ୍ପୀ ଶ୍ରୀ କୁଳମଣି ସାହୁଙ୍କ ନିର୍ଦ୍ଦେଶନାରେ ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ ମିଳିତ ଭାବରେ ପରିବେଷିତ ହୋଇଥିଲା। ମୃଦଙ୍ଗ, ତାଭିଲ ଓ ତବଲା ବାଦ୍ୟର ନାଦରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ।

ଏହାପରେ ଶ୍ରୀ ସଂଜୀବ ଅଭୟଙ୍କର ଏବଂ ସାଥିଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ପ୍ରଫୁଲ୍ଲ ମହାନ୍ତି, ବିଶିଷ୍ଟ ଅନୁବାଦକ କବି ଡ. ସଂଗ୍ରାମ ଜେନା, ଡ. ଭାରତୀ ପାଲ ଓ ସଂଗୀତ ନାଟକ ଏକାଡେମୀର ସଚିବ ଡ. ଭାଗ୍ୟଲିପି ମଲ୍ଲ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶ୍ରୀମତୀ ମଧୁମିତା ମହାନ୍ତି ଓ ସୁଶ୍ରୀ ପୁଣ୍ୟଶ୍ଳୋକା ମହାନ୍ତି ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.