ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମୀ ଯୁଗଳଙ୍କ ବିଷୟରେ ଆଲୋଚନା ବେଳେ ସମୀର ସୋନି ଓ ନୀଲମ କୋଠାରୀଙ୍କ ନାମ ସାମ୍ନାକୁ ଆସେ । ଏହି ଦମ୍ପତ୍ତି ଉଭୟ ଗ୍ଲାମର ଦୁନିଆର ବେଶ୍ ଲୋକପ୍ରିୟ । ୯୦ ଦଶକର ଏହି ସୁପରହିଟ୍ ଯୋଡ଼ିଙ୍କର ଆଜି ହେଉଛି ବିବାହ ବାର୍ଷିକୀ । ମଜା କଥା ହେଲା ଦ୍ୱିତୀୟ ବିବାହ ପରେ ଏହି ଦମ୍ପତ୍ତିଙ୍କୁ ମିଳିଛି ବେଶ୍ ସଫଳତା ।
ସମୀର ଏବଂ ନୀଲମଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୨୦୦୭ ମସିହାରେ ପ୍ରଥମେ ସମୀର ଏବଂ ନୀଲମ ପରସ୍ପରଙ୍କୁ ଏକତା କପୁରଙ୍କ ଏକ କାର୍ଯ୍ୟକ୍ରମରେ ଭେଟିଥିଲେ । ପ୍ରଥମ ଦେଖାରେ ନୀଲମ ନିଜ ଆଡ଼ୁ ପ୍ରଥମେ ସମୀରଙ୍କୁ ଭଲ ପାଇ ବସିଥିଲେ । ଏକତାଙ୍କୁ ଭେଟିବା ସମୟରେ ତାଙ୍କୁ ନିଜର ମନର କଥା ଜଣାଇଥିଲେ ନୀଲମ । ନୀଲମଙ୍କ ମନର କଥାକୁ ସମୀରଙ୍କୁ ଜଣାଇଥିଲେ ଏକତା । ପରେ ପୁଣି ଥରେ ସମୀର ଓ ନୀଲମ ପରସ୍ପରଙ୍କୁ ଏକତାଙ୍କ ଏକ ପାର୍ଟିରେ ଭେଟିଥିଲେ । ଏହିଠାରୁ ଉଭୟ ପରସ୍ପର ସହିତ ପରିଚିତ ହେଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିଲା । ସମୟ ଗଢିବା ସହିତ ଉଭୟଙ୍କ ସମ୍ପର୍କ ନିବିଡ଼ ହେଲା ଓ ଦୁହେଁ ଡେଟିଂ ଆରମ୍ଭ କଲେ । ଏସବୁ ଭିତରେ ଉଭୟେ ନିଜ ସମ୍ପର୍କକୁ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିର ବାହାର ଦୁନିଆ ଆଖିରୁ ଲୁଚାଇ ରଖିଥିଲେ । ଏ କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୨୦୧୧ ମସିହା ଜାନୁୟାରୀ ୨୪ ତାରିଖରେ ସେମାନେ ବିବାହ କଲେ । ବିବାହର ଦୁଇ ବର୍ଷ ପରେ ଉଭୟ ଏକ ପୋଷ୍ୟ କନ୍ୟା ଗ୍ରହଣ କରିଥିଲେ । ବିବାହ ପରେ ନୀଲମ ଲମ୍ବା ସମୟ ଧରି ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ । ମଜାର କଥଶ ହେଲା ବିବାହ ପୂର୍ବରୁ ସେମାନେ ଯେତିକି ସଫଳ ନ ଥିଲେ ବିବାହ ପରେ ସେମାନଙ୍କୁ ଅଧିକ ସଫଳତା ମିଳିଛି । ଏବେ ନୀଲମ ଜଣେ ନାମକରା ଅଳଙ୍କାର ଡ଼ିଜାଇନର ଭାବେ ପରିଚିତ । ୧୯୮୪ ମସିହାରେ ଫିଲ୍ମ ‘ଜବାନୀ\’ ରେ ନୀଲମ ଡେବ୍ୟୁ କରିଥିଲେ । ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା । କିନ୍ତୁ ନିଲମଙ୍କ ସୌନ୍ଦର୍ଯ୍ୟକୁ ସେ ସମୟରେ ଦର୍ଶକ ବହୁତ ପସନ୍ଦ କରିଥିଲେ । ପରେ ପରେ ଗୋବିନ୍ଦାଙ୍କ ସହ ନୀଲମ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଉଭୟ ନୀଲମ ଏବଂ ସମୀରଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ବିବାହ ପରେ ହିଁ ଦର୍ଶକଙ୍କ ଆଟେନ୍ସନକୁ ଅଧିକ ଧରି ରଖିପାରିଛନ୍ତି ଏହି ଯୋଡ଼ି ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.