Latest Odisha News

BREAKING NEWS

ମୋତେ ଜେଲ ପଠାଇବା ପାଇଁ ଉଦ୍ୟମ କରିଥିଲେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେଙ୍କ ସରକାର ମୋତେ ଜେଲ ପଠାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ମୋତେ ମିଛ କେସରେ ଫସାଇବା ପାଇଁ ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏ ନେଇ ଆପଣମାନେ ଯେ କୌଣସି ବଡ ପୋଲିସ ଅଫିସରଙ୍କୁ ପଚାରି ପାରିବେ ବୋଲି ସେ କହିଛନ୍ତି । ଯେ ହେତୁ ମୋର କୌଣସି ସେ ଭଳି ଭୁଲ ନ ଥିଲା, ସେଥିପାଇଁ ପୋଲିସ କମିଶନର ସଫଳ ହୋଇପାରି ନ ଥିଲେ ।

୨୦୧୯ ବିଧାନସଭା ନିର୍ବାଚନ ପରେ ଯଦି ବିଜେପି ସହିତ ମେଂଟ କରିବାକୁ ଚାହୁଁ ନ ଥିଲେ ତାହାଲେ ମୋତେ କହି ଦେଇଥିଲେ କଥା ସରିଥାନ୍ତା । ରାଜନୀତିକୁ ତଳସ୍ତରକୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରି ନ ଥିଲେ । ଫଡନାଭିସଙ୍କ ଏହି ବୟାନ ନେଇ ଉଦ୍ଧବ ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି ।

Leave A Reply

Your email address will not be published.