Latest Odisha News

BREAKING NEWS

ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। କେରଳର ମାଲାପୁରାମରେ ଚିକିତ୍ସିତ ହେଉଥିବା ଜଣେ ୩୮ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏହି ରୋଗର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଟେଷ୍ଟ କରାଯିବା ପରେ ବୁଧବାର ଦିନ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।

ତେବେ ସେ ନିକଟ ଅତୀତରେ ଦୁବାଇରୁ ଫେରିଥିବା ଜଣାପଡିଛି। ଜଣେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ରୋଗୀ ନିକଟରେ ଦୁବାଇରୁ କେରଳ ଫେରିଥିଲେ। ପରେ ଅସୁସ୍ଥ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କୋଜିକୋଡ୍ଡ ହସ୍ପିଟାଲକୁ ତାଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରଥମ ମଙ୍କିପକ୍ସ ସଂକ୍ରମିତ ହରିୟାଣାର ହିସାରରୁ ଚିହ୍ନଟ ହୋଇଥିଲା।

Comments are closed.