Latest Odisha News

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍

ନୂଆଦିଲ୍ଲୀ: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍।

ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି ଏବଂ ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେବ ମତଦାନ। ଏହି ୧୩ଟି ରାଜ୍ୟର ମତଦାତା ୧୨ ଶହ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରର ମଙ୍ଗ ଧିରିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୫ ଦଶିମିକ ୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ମତଦାନ ହାର ବଢିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୨ ଆସନ ପାଇଁ ୧୬ କୋଟି ୬୩ ଲକ୍ଷ ଲୋକେ ଭୋଟ ଦେଇଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ହେବ । ଏଥି ପାଇଁ ସମସ୍ତ ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯିବା ସହ ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଫୋକସରେ ରଖାଯାଇଛି। ନିର୍ବାଚନ ପାଇଁ ପୋଲିଂ କର୍ମଚାରୀ ମାନେ ପୋଲିଂ ଷ୍ଟେସନ ପହଞ୍ଚିବା ଆରମ୍ଭ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.