Latest Odisha News

BREAKING NEWS

ଜାରି ରହିବ ବନ୍ଦେ ଭାରତ ମିଶନ, ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଜାରି ରହିବ ବନ୍ଦେ ଭାରତ ମିଶନ । ଲକଡାଉନ ଯୋଗୁଁ ବିଶେଦରେ ହଜାର ହଜାର ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଭାରତ ସରକାର ।

BjdElectrycity

ବନ୍ଦେ ଭାରତ ମିଶନର ପ୍ରଥମ ପର‌୍ୟ୍ୟାୟ ୧୫ ତାରିଖ ଯାଏଁ ଜାରି ରହିବ । ଏଥିରେ ୬୪ଟି ବିମାନରେ ପ୍ରବାସୀ ଭାରତୀୟ ଦେଶକୁ ଫେରିବେ । ଏଥିସହ ସରକାର ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର‌୍ୟ୍ୟାୟ ନେଇ ସୂଚନା ଦେଇଛନ୍ତି ।

ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର‌୍ୟ୍ୟାୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ୩୧ଟି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ୧୪୯ଟି ବିମାନ ମାଧ୍ୟମରେ ଦେଶକୁ ଅଣାଯିବ । ଏଥିରେ ଫିଡର ବିମାନ ମଧ୍ୟ ନିୟୋଜିତ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.