Latest Odisha News

BREAKING NEWS

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ରହିଛି ୫୦ % ମାମଲା !

ନୂଆଦିଲ୍ଲୀ: ଦେଶରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଖୁ ଦେଖୁ ଏହି ସଂଖ୍ୟା ୭୦ହଜାର ଅତିକ୍ରମ କରି ସାରିଲାଣି ।

ତେବେ ଭାରତର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୫ ଟି ଜିଲ୍ଲାରେ ୬୪ପ୍ରତିଶତ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ।

ଅନ୍ୟପଟେ ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ପ୍ରତିଶତ ଆକ୍ରାନ୍ତ ୫ଟି ଜିଲ୍ଲାର ହୋଇଥିବା ଅମିତାଭ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍-୧୯ ସର୍ଭେ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦିଲ୍ଲୀ, ମୁମ୍ବାଇ , ଚେନ୍ନାଇ, ପୁନେ ଓ ଅହମଦାବାଦ କୁ ଗୋଟିଏ ଗୋଟିଏ ଜିଲ୍ଲା ଭାବରେ ବିବେଚନା କରାଯାଇଛି । ତେଣୁ ଦିଲ୍ଲୀ, ପୁନେ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଆଦି ୫ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖା ୫୦ ପ୍ରତିଶତ ରହିଥିବା ସୂଚନା ଦେଇଛି ନୀତିଆୟୋଗ । ଏହାସହ ଏହି ୫ ଜିଲ୍ଲା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ମଧ୍ୟ କୁହାଯାଇଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ବାଇରେ ସର୍ବାଧିକ ୧୭ପ୍ରତିଶତ ଆକ୍ରାନ୍ତ ରହିଥିବା ବେଳେ, ଦିଲ୍ଲୀରେ ୧୧. ୩ %, ଅହମଦାବାଦରେ ୯.୮ %, ଚେନ୍ନାଇରର ୫ % ଓ ପୁନେରେ ୩.୪% ସଂକ୍ରମିତ ରହିଛନ୍ତି ।

ଏହି ସବୁ ଅଂଚଳ ଗୁଡ଼ିକରେ କଣ୍ଟେନମେଣ୍ଟ ଅଞ୍ଚଳ ଗୁଡିକୁ କଡାକଡି ଭାବେ ପାଳନ କରାଯିବା ସହ ଅଧିକ ଟେଷ୍ଟ କରାଯାଇ କଂଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା ଉଚିତ ବୋଲି କହିଛନ୍ତି ନୀତି ଆୟୋଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.