ଭୁବନେଶ୍ୱର: ଉତ୍କଳ ଫାଉଣ୍ଡେସନର ଦ୍ଵିତୀୟ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି । କରୋନା ଯୋଦ୍ଧା ସାଜି ଲୋକଙ୍କୁ ଟିକନିକ ଖବର ଯୋଗାଇଥିବା ୯ଜଣ ସାମ୍ବାଦିକଙ୍କୁ ଯଥା ନିରଞ୍ଜନ ଓଝା ,ନିରଦ ପଟ୍ଟନାୟକ , ସମ୍ବିତ ବେହେରା , ମାନସ ମହାପାତ୍ର, ପ୍ରଦୀପ୍ତ ସ୍ୱାଇଁ, ଜିତେନ୍ଦ୍ର ସାହୁ , ଆଲୋକ ମହାନ୍ତି,ଜ୍ୟୋତିରଞ୍ଜନ ମହାପାତ୍ର ତ୍ରିନାଥ ମହାନ୍ତିଙ୍କୁ ଏବଂ ଶ୍ରେଷ୍ଠ ସରପଞ୍ଚ ଭାବେ ମମତା ପ୍ରଧାନ , ରିତା ରାଣୀ ବେହେରା , ଆନନ୍ଦ ସାହୁ , ସୌରୀ ପାଣିଗ୍ରାହୀ , ସିଦ୍ଧାର୍ଥ ସାହା ,ଗୁରୁଦତ୍ତ ପୁରୋହିତ ଓ ଅନ୍ୱେଷା ଦେହୁରୀ ପ୍ରମୁଖଙ୍କୁ ଏହି ଉତ୍ସବରେ ଭକ୍ତ ଚରଣ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।
ଏହି ଉତ୍ସବରେ ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗର ଶଶି କୁମାର ସାହୁ , ଚଳଚିତ୍ର ପ୍ରୟୋଜକ ସଞ୍ଜୟ ନାୟକ , ସତ୍ୟବ୍ରତ ସାହୁ, ଜିତେନ୍ଦ୍ର ସାହୁ , ରାଜୀବ ପ୍ରଧାନ , ପ୍ରତାପ ପ୍ରଧାନ ରାଜନ୍ ଚୌଧୁରୀ ଓ ଭାରତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.