Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୌହାଟିରେ ୧୪୪ ଧାରା ଜାରି

ଗୌହାଟି: ଆତଙ୍କବାଦୀ ଆକ୍ରମଣ ନେଇ ଗୋଇନ୍ଦା ବିଭାଗର ଆଲର୍ଟ ପରେ ଗୌହାଟୀର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଗୌହାଟିରେ ୧୪୪ ଧାରା ଜାରି ହୋଇଛି। ଗୌହାଟିରେ ଡେପୁଟି କମିଶନର ରଣବୀର ଗୁରୁବାର ଏ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି । ଯେତେପର‌୍ୟ୍ୟନ୍ତ ସ୍ଥାନୀୟ ପୁଲିସ ଅନୁମତି ନ ଦେଇଛି କାହାରିକୁ ଘର ଭଡ଼ା ନଦେବା ପାଇଁ ଜିଲ୍ଲାବାସୀଙ୍କୁ ମନା କରିଛି ପୁଲିସ୍ । କିଛି ଆତଙ୍କବାଦୀ କିମ୍ୱା ଅସାମାଜିକ ବ୍ୟକ୍ତି ଲୁଚିଥିବା ଗୁଇନ୍ଦା ଆଶଙ୍କା ପ୍ରକାଶ କରିଛି । ତେବେ ଜିଲ୍ଲା ପୁଲିସ ଘଟଣା ବା ଜିଲ୍ଲାର ସ୍ଥିତି ବାବଦରେ କୌଣସି ସବିଶେଷ ତଥ୍ୟ ପ୍ରଦାନ କରି ନାହିଁ ।

କେଉଁ ଗୋଷ୍ଠୀ ଅଶାନ୍ତିର ବାତାବରଣ ଖେଳାଇବାକୁ ଚାହୁଁଛନ୍ତି ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ରାଜ୍ୟବାସୀଙ୍କୁ ସର୍ତକତା ଅବଲମ୍ବନ କରିବା ସହ ଆବଶ୍ୟକ ସୂଚନା ପୋଲିସକୁ ଦେବା ପାଇଁ କୁହାଯାଇଛି ।

Leave A Reply

Your email address will not be published.