Latest Odisha News

BREAKING NEWS

ପାରାଦୀପ ଆଇଓସିଏଲ ଚାରିପଟେ ଲାଗୁହେଲା ୧୪୪ ଧାରା

ପାରାଦୀପ: ପାରାଦୀପ ଆଇଓସିଏଲ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ବଗଦିଆ ପଞ୍ଚାୟତ ଓ ଅଭୟଚାନ୍ଦପୁର ରେ ମଧ୍ୟ ଜିଲ୍ଳା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି।

ମିଳିଥିବା ସୂଚନା ଅନ୍ୟସାରେ, ଆଇଓସିଏଲ ରେ କାମ କରୁଥିବା ଏଲ ଆଣ୍ଡ ଟି କମ୍ପାନୀ ର କର୍ମଚାରୀ ମାନେ ସରକାରୀ କଟକଣାକୁ ବେଖାତିର କରୁଛନ୍ତି। ବାହାର ରାଜ୍ୟରୁ ଆସିଥିବା ସତ୍ତ୍ୱେ ବାହାରେ ବୁଲାବୁଲି କରୁଛନ୍ତି। ଯେଉଥି ପାଇଁ ଆଇଓସିଏଲ, ଅଭୟଚାନ୍ଦପୁର ଓ ବଗଦିଆକୁ ଯିବା ଆସିବା ଉପରେ ରୋକ୍ ଲଗାଇଛୁ ଜିଲ୍ଲା ପ୍ରଶାସନ।

ଶନିବାର ଆଇଓସିଏଲର ମେଣ୍ଟେନାସ୍ କାର୍ଯ୍ୟ ପାଇଁ ୨୫ ତାରିଖରୁ ଆଇଓସିଏଲ କୁ ସଟ୍ ଡାଉନ କରାଯିବା ସହିତ ୧୪୪ ଧାରା ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ ଜିଲ୍ଲାପାଳ। ମାତ୍ର କିଛି ଦିନ ହେବ ଆଇଓସିଏଲ ରେ ଠିକା କାର୍ଯ୍ୟରେ ନିୟୋଜିତ ଥିବା ଏଲ୍ ଆଣ୍ଡ୍ ଟି କମ୍ପାନୀ ବାହାର ରାଜ୍ୟରୁ ଲୋକ ମାନଙ୍କୁ ଆଣି କ୍ବାରେଣ୍ଟାଇନ ରେ ନରଖି କାର୍ଯ୍ୟ କରାଉଥିବା ଅଭିଯୋଗ ହୋଇଥିଲା। ଏପରିକି ଗତ ୧୨ ଦିନ ମଧ୍ୟରେ ଏଲ୍ ଆଣ୍ଡ୍ ଟି ରେ କାର୍ଯ୍ୟରତ ୧୩ ଜଣରୁ ଉର୍ଦ୍ଧ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ଲୋକେ ଏନେଇ କମ୍ପାନୀ ବିରୁଦ୍ଧରେ ଏତେଲା ଦେଇଥିବା ବେଳେ ଏକ ମାମଲା ମଧ୍ୟ ଏଲ୍ ଆଣ୍ଡ୍ ଟି କମ୍ପାନୀ ନାମରେ କରାଯାଇଛି। ଏମାନଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଉଛି। ଫଳରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୟଚାନ୍ଦପୁର, ବଗଦିଆ ସମେତ ଆଇଓସିଏଲ ର ଚାରିପଟେ ୧୪୪ ଧାରା ଲାଗୁ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.