Latest Odisha News

BREAKING NEWS

ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆସନ୍ତା ଜୁନ ୧ତାରିଖରେ ମତଦାନ ହେବାକୁ ଯାଉଥିବାବେକେ ଜିଲ୍ଲାରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ସଂଧ୍ୟା ୬ଟାରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି କିମ୍ବା ବୁଲିପାରିବେନି ।

ସୂଚନା ଅନୁସାରେ, ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା ହେବାକୁ ଥିବା ବେଳେ ମୋଟ ୯୯ଲକ୍ଷ ୬୧ହଜାର ୫୭ଜଣ ଭୋଟର ମତଦାନ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୋଲିସ ବ୍ୟତୀତ ୧୨୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୋଟ ୧୦୮୮୨ଟି ମତଦାନ କେନ୍ଦ୍ରରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

Comments are closed.