Latest Odisha News

BREAKING NEWS

ନନ୍ଦିଗ୍ରାମରେ ୧୪୪ ଧାରା ଜାରୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଦ୍ୱିତୀୟ ପର୍ଯାୟ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟର ଗୁଣ୍ଡା ଆସି ଧମକାଉଥିବା ଅଭିଯୋଗ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଦାନ ପରିସରର ୨୦୦ ମିଟର ମଧ୍ୟରେ ୫ କିମ୍ବା ଅଧିକ ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ ।

ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଏବଂ ଏଠାକାର ଭୋଟରଙ୍କ ଉପରେ ଏହି ଧାରା ଲାଗୁ କରାଯିବ ନାହିଁ । ନନ୍ଦିଗ୍ରାମରେ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାରୁ ଏହାକୁ ସବୁଠାରୁ ହଟସିଟ ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.