Latest Odisha News

BREAKING NEWS

ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣାରେ ୩ ଗିରଫ, ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା SDPOଙ୍କ ସୂଚନା   

ବାଲିଗୁଡା: ହାତ୍ୟା ଘଟଣାର ପର୍ଦ୍ଦାଫାସ । ବାଲିଗୁଡା ଥାନା ରେବୀଙ୍ଗିଆ ନିକଟସ୍ଥ ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣା l ହତ୍ୟାକାଣ୍ଡ ଘଟଣାରେ ତିନି ଜଣକୁ ଗିରଫ କରିଛି ବାଲିଗୁଡା ପୋଲିସ l ଗିରଫ ଅଭିଯୁକ୍ତ ପଡି ଗାଁର ଅଜୁ ବଗର୍ତି, ବିପିନ ବଗର୍ତି ଓ ଭଇରା ଗୌଡ଼ ବୋଲି ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ଏସଡିପିଓ ସୂଚନା ଦେଇଛନ୍ତି ।  

ସେପଟେ ଉଦ୍ଧାର ବ୍ୟକ୍ତିଙ୍କର ବି ପରିଚୟ ମିଳିଛି । ମାଟି ତଳୁ ଉଦ୍ଧାର ହୋଇଥିବା ମୃତଦେହ ରେବୀଙ୍ଗିଆ ପଂଚାୟତ କୁଟିଗୁଡା ଗାଁର ଟିକୁନୁ ଗୌଡ଼ଙ୍କର ବୋଲି ଜଣାପଡିଛି l ଜମିଜମାକୁ କେନ୍ଦ୍ର କରି ଶତ୍ରୁତା ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ପ୍ରଥମେ ଯୋଜନା ଓ ପରେ ହତ୍ୟା କରାଯାଇଥିବା ଜଣାପଡିଛି l 

ସୂଚନା ଅନୁସାରେ, ଟିକୁନ ଗତ ୨୨ ତାରିଖରୁ ଭୋଜି ଖାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । 

ଭୋଜି ଖାଇ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଅଜିତ ବଗର୍ତ୍ତି, ଏବଂ ତାଙ୍କ ଦୁଇ ସହଯୋଗୀ ମିଶି ଏକ କାଠ ଫାଳିଆରେ ପ୍ରଥମେ ଟିକୁନକୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ବୁଡ଼ାଗୁଡ଼ା ଜଙ୍ଗଲରେ ମାଟି ତଳେ ପୋତି ଦେଇଥିବା ସେମାନେ ସ୍ବୀକାର କରିଛନ୍ତି l 

Leave A Reply

Your email address will not be published.