ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଦିନ ୧୪୪ ଧାରା ଜାରି କରାଯାଇଛି।
ସୂଚନା ଅନୁଯାୟୀ, କାଲି ଦିନ ୧୨ଟାରୁ ସଂଧ୍ୟା ପର୍ୟ୍ୟନ୍ତ ୧୪୪ ଧାରା ଜାରି ହେବ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ପ୍ରଦାନ କରାଯାଇଛି।
ଅପରପକ୍ଷେ ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ସହ ୫୦ ଅଫିସର ମୁତୟନ ହେବେ ବୋଲି ଜଣାପଡିଛି। ସେହିପରି ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି। କେବଳ କୋଭିଡ୍ ନେଗେଟିଭ ରିପୋର୍ଟ ଥିବା ସେବାୟତ ମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ।
ଅଧିକ ପଢନ୍ତୁ- ରୁକୁଣା ରଥ ଯାତ୍ରା ପାଇଁ ଟ୍ରାଫିକ୍ କଟକଣା ଜାରି
Comments are closed.