Latest Odisha News

BREAKING NEWS

ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ ଦେଲା ଖାଲିସ୍ତାନ ସଂଗଠନ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ସମେତ ଅନେକ ସ୍ଥାନରେ ଖାଲିସ୍ତାନୀ ସଂଗଠନ ବିସ୍ଫୋରଣ ହେବାର ଧମକ ଦେଇଛନ୍ତି। ଖାଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସ୍ ଡିସିପି ବିମାନବନ୍ଦରେ ରାଜୀବ ରଂଜନଙ୍କ ଫଟୋକୁ ଲଗାଇ ‘ଫେସ୍‌‌ ଅଫ୍‌ ଟେରର୍‌’ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଖାଲିସ୍ତାନ ସଂଗଠନର ଧମକ ପରେ ବିମାନବନ୍ଦର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।

ଖାଲିସ୍ତାନୀ ସଂଗଠନ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ଜାରି କରିଛି। ନିଜକୁ ‘ଶିଖ୍ ଫର୍‌ ଜଷ୍ଟିସ୍‌’ର ମହାସଚିବ ବୋଲି ବର୍ଣ୍ଣନା କରିଥିବା ଗୁରୁପତବନ୍ତ ସିଂ ଗୁରୁବାର ଦିନ ଦିଲ୍ଲୀରୁ ଲଣ୍ଡନକୁ ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍‌ AI 111 ଏବଂ AI531 କୁ ବନ୍ଦ କରିବାକୁ ଧମକ ଦେଇଛନ୍ତି।

ଏହି ଟୁଇଟର କିଛି ସମୟ ପରେ ଦିଲ୍ଲୀରେ ସିଏସଏଫ ଏବଂ ଦିଲ୍ଲୀ ପୋଲିସ ବିମାନବନ୍ଦରର ସୁରକ୍ଷା ବୃଦ୍ଧି କରିଛନ୍ତି। ମଙ୍ଗଳବାର ଦିନ ସିଏସ୍ଏଫ୍ ଏବଂ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ବିମାନବନ୍ଦରର ସୁରକ୍ଷା ସମ୍ପର୍କରେ ଏକ ବୈଠକ କରିଥିଲେ।

ଦିଲ୍ଲୀ ବିମାନବନ୍ଦରର ଡିସିପି ରାଜୀବ ରଂଜନ କହିଛନ୍ତି ଯେ ଆମେ ବିମାନବନ୍ଦରରେ ପ୍ରବେଶ କରୁଥିବା ସମସ୍ତ ଗାଡି ପାଇଁ ଯାଞ୍ଚ୍‌ ସୁବିଧା କରାଯାଉଛି। ସାଦା ପୋଷାକରେ ଦିଲ୍ଲୀ ପୋଲିସର ସଶସ୍ତ୍ର କର୍ମଚାରୀ ମଧ୍ୟ ବିମାନବନ୍ଦରରେ ସଜାଗ ରହିଛନ୍ତି।

Comments are closed.